Physical Address

23,24,25 & 26, 2nd Floor, Software Technology Park India, Opp: Garware Stadium,MIDC, Chikalthana, Aurangabad, Maharashtra – 431001 India

ଜଳବାୟୁ ପରିବର୍ତ୍ତନ କିପରି ଉତ୍ତର-ପୂର୍ବ ଭାରତରେ ବନ୍ୟା ପରିସ୍ଥିତିକୁ ଖରାପ କରୁଛି

English | Assamese

Translated by: Sarita Samal

“ଏଥରର ବର୍ଷା ଟିକେ ଅଲଗା। ବର୍ଷା ଦେବତା ଏତେ ଦୟାଳୁ ହୋଇନାହାଁନ୍ତି। ‘ମନେ ନାହିଁ ଶେଷ ଥର ପାଇଁ ଏତେ କମ ସମୟ ମଧ୍ୟରେ ଏତେ ବର୍ଷା କେବେ ହୋଇଥିଲା’ ବୋଲି ଆସାମର ମୋରିଗାଓଁ ଜିଲ୍ଲାର ଜଣେ କୃଷକ ମୁକୁତ ଦାସ କହିଛନ୍ତି। ଦାସ ହୁଏତ ତାଙ୍କ ବକ୍ତବ୍ୟର ‘ଜଳବାୟୁ ପରିବର୍ତ୍ତନ’ ସମ୍ବନ୍ଧୀୟ ପ୍ରଭାବ ବୁଝିପାରନ୍ତି ନାହିଁ କିନ୍ତୁ ଏହା ପ୍ରକୃତରେ ସଂକ୍ଷିପ୍ତ ହୋଇଛି ଯେ ଆସାମ ଏବଂ ଏହାର ଆଖପାଖ ରାଜ୍ୟରେ ଅଦୃଶ୍ୟ ବନ୍ୟା ପରିସ୍ଥିତିରେ ଜଳବାୟୁ ସ୍ଥିତିର ପରିବର୍ତ୍ତନ କିପରି ପ୍ରମୁଖ ଭୂମିକା ଗ୍ରହଣ କରିଛି?

ଜଣେ ବ୍ୟକ୍ତି ବନ୍ୟା ସମୟରେ ତାଙ୍କ ଘରୁ ରାସନ କାଢ଼ୁଛନ୍ତି।

ବହୁକ କମ ସମୟ ମଧ୍ୟରେ ବହୁତ ବର୍ଷା

ଚଳିତ ବର୍ଷ ଆସାମରେ ପୂର୍ବ ମୌସୁମୀ ଅସ୍ୱଭାବିକ ଥିଲା ଏବଂ ମାର୍ଚ୍ଚ 1 ରୁ ମେ 27 ମଧ୍ୟରେ ରାଜ୍ୟରେ 754.3 ମିଲିମିଟର ବର୍ଷା ରେକର୍ଡ ଥିଲା। ଏହି ଅବଧି ପାଇଁ ଏହା ହାରାହାରି ଠାରୁ 48% ଅଧିକ ଥିଲା। ମେ ମାସରେ ଆସାମରେ ସାଧାରଣ ବୃଷ୍ଟିପାତ ଠାରୁ 56% ଅଧିକ ବୃଷ୍ଟିପାତ ହୋଇଥିଲା ଏବଂ ଜୁନ୍ ପ୍ରଥମ 12 ଦିନରେ ସମୁଦାୟ ବୃଷ୍ଟିପାତ 528.5 ମିଲିମିଟର ଥିଲା ଯାହା 109% ରୁ ଅଧିକ ଥିଲା। ଜୁନ୍ ମାସର ତୃତୀୟ ସପ୍ତାହରେ ଆସାମ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ଯଥାକ୍ରମେ 170, 203 ଏବଂ 65 ପ୍ରତିଶତ ଅଧିକ ବର୍ଷା ହୋଇଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ମେଘାଳୟର ଚେରାପୁଞ୍ଜିରେ, 24 ଘଣ୍ଟା ମଧ୍ୟରେ 972 ମିଲିମିଟର ବର୍ଷା ହୋଇଛି, ଯାହାକି 122 ବର୍ଷ ମଧ୍ୟରେ ତୃତୀୟ ସର୍ବାଧିକ ବର୍ଷା।  ଖୁବ୍ କମ୍ ସମୟ ମଧ୍ୟରେ ଏହା ହେଉଛି ଅତ୍ୟଧିକ ବର୍ଷା। 

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟେରୋଲୋଜିର ଜଳବାୟୁ ବୈଜ୍ଞାନିକ ରକ୍ସି ମ୍ୟାଥ୍ୟୁ କୋଲ୍ ‘ଟାଇମ୍ସ ଅଫ୍ ଇଣ୍ଡିଆ’ ପାଇଁ ଲେଖିଛନ୍ତି, “1950 ଦଶକ ପରଠାରୁ ଦକ୍ଷିଣ ଏସିଆରେ ମୌସୁମୀ ଜଳବାୟୂର ଢ଼ାଞ୍ଚାରେ ପରିବର୍ତ୍ତନ ଆସିଛି। ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ପରିବର୍ତ୍ତନ ହେଉଛି ଯେ ବିଶ୍ୱରେ ଗ୍ଲୋବାଲ ୱାର୍ମିଙ୍ଗ ସହିତ ଜଳବାୟୂର ଆର୍ଦ୍ରତା ଧାରଣ କରିବାର କ୍ଷମତା ବୃଦ୍ଧି ପାଇବା କାରଣରୁ  ମୌସୁମୀ ସମୟରେ ମଧ୍ୟମ ବୃଷ୍ଟିପାତ ହେବା ପରିବର୍ତ୍ତେ, ଅଧିକ ସମୟ ଧରି ଶୁସ୍କତା ରହିଥିବା ସହ ଅଳ୍ପ ସମୟରେ ପ୍ରବଳ ବର୍ଷା ହାଉଛି ।  

ସେ ଆହୁରି ମଧ୍ୟ ବ୍ୟାଖ୍ୟା କରିଛନ୍ତି ଯେ କିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ହୁଏ ନାହିଁ ଏବଂ ଯେତେବେଳେ ହୁଏ, କିଛି କିଛି ଘଣ୍ଟା ଏବଂ କିଛି ଦିନ ମଧ୍ୟରେ ବହୁତ ବହୁତ ପରିମାଣରେ ବର୍ଷା ହୁଏ, ଫଳସ୍ୱରୂପ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଆମେ ମାସର ବର୍ଷା ପାଇଥାଉ। 

IMD ତଥ୍ୟ ଉପରେ ଆଧାର କରି ପୁଣେ ଭିତ୍ତିକ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟେରୋଲୋଜି ଦ୍ୱାରା 2017 ଅଧ୍ୟୟନ ଅନୁଯାୟୀ ଆସାମରେ 1870 ମସିହାରୁ ହାରାହାରି ମୌସୁମୀ ବର୍ଷା ହ୍ରାସ ପାଇଛି। ଅଧ୍ୟୟନ ଲେଖକମାନେ ଆହୁରି ସୂଚାଇ ଦେଇଛନ୍ତି ଯେ ଦୈନିକ ବୃଷ୍ଟିପାତ ତଥ୍ୟ ସ୍ପଷ୍ଟ ଭାବରେ ସୂଚିତ କରେ ଯେ ଆକସ୍ମିକ ବର୍ଷା ବୃଦ୍ଧି, କମ ସମୟରେ ପ୍ରବଳ ବର୍ଷା ହେବା ଫଳରେ ବ୍ରହ୍ମପୁତ୍ର ଉପତ୍ୟକାର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଜଳବାୟୁ ପରିବର୍ତ୍ତନ ଏବଂ ବନ୍ୟା ପରିସ୍ଥିତି

ଗତ କିଛି ସପ୍ତାହ ମଧ୍ୟରେ ଆସାମ ଏବଂ ଏହାର କିଛି ପଡୋଶୀ ରାଜ୍ୟରେ ମେ ଏବଂ ଜୁନ୍ ମାସରେ ଅଦୃଶ୍ୟ ବୃଷ୍ଟିପାତ ହେବା ଫରଳେ ବନ୍ୟା ହେବା ସହ ଅନେକ କ୍ଷୟକ୍ଷତି ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ପରିସ୍ଥିତି ଯାହା ହେଉନା କାହିଁକି ଏହା ସ୍ୱାଭାବିକ ଥିଲା 

ରକ୍ସି ମ୍ୟାଥ୍ୟୁ କୋଲ୍ଙ୍କ ଅନୁଯାୟୀ, ଉତ୍ତର-ପୂର୍ବ ଭାରତରେ ବିପୁଳ ପରିମାଣର ବୃଷ୍ଟିପାତ ବିଶ୍ୱରେ ଗ୍ଲୋବାଲ ୱାର୍ମିଙ୍ଗ ଏବଂ ଜଳବାୟୁ ପରିବର୍ତ୍ତନର କାରଣ ହୋଇପାରେ। 

ଭାରତ ମହାସାଗରରେ ଏକ ନେଗେଟିଭ ଇନ୍ଡିୟାନ ଓସନ ଡାଇପୋଲ (IOD) ଗଠନ ତଥା ପ୍ରଶାନ୍ତ ମହାସାଗରରେ ଚାଲିଥିବା ଲା ନିୟା ଇଭେଣ୍ଟ ବଙ୍ଗୋପସାଗରରେ ଦକ୍ଷିଣ-ପଶ୍ଚିମ ପବନକୁ ଦୃଢ଼ କରିପାରିଛି ବୋଲି ସେ ‘ଡାଉନ୍ ଟୁ ଆର୍ଥ’ ପତ୍ରିକାକୁ ସ୍ପଷ୍ଟ କରିଛନ୍ତି। (ଲା-ନିୟା ସ୍ଥିତି ସେତେବେଳେ ହୁଏ ଯେତେବେଳେ କେନ୍ଦ୍ରୀୟ-ପୂର୍ବ ପ୍ରଶାନ୍ତ ମହାସାଗରରେ ସାଧାରଣ ତାପମାତ୍ରାଠାରୁ ଅଧିକ ଥଣ୍ଡା ହୋଇଥାଏ । ନେଗେଟିଭ ଇନ୍ଡିୟାନ ଓସନ ଡାଇପୋଲ (IOD) ସ୍ଥିତି ସେତେବେଳେ ହୁଏ ଯେତେବେଳେ ଭାରତ ମହାସାଗର ପଶ୍ଚିମରେ ଥଣ୍ଡା ହୁଏ ଏବଂ ପୂର୍ବରେ ଗରମ ହୁଏ।)

ଜଳବାୟୁ ବୈଜ୍ଞାନିକ ଏହି ପତ୍ରିକାକୁ କହିଛନ୍ତି ଯେ ଗ୍ଲୋବାଲ ୱାର୍ମିଙ୍ଗକୁ ଦୃଷ୍ଟିରେ ରଖି, ବଙ୍ଗୋପସାଗରରେ ଥିବା ଏହି ଶକ୍ତିଶାଳୀ ମୌସୁମୀ ପବନ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଆର୍ଦ୍ରତା ବହନ କରିପାରିବ।

ସେ ଆହୁରି ମଧ୍ୟ କହିଛନ୍ତି, “ତାପମାତ୍ରା ବୃଦ୍ଧି ସହିତ ବାୟୁମଣ୍ଡଳୀୟ ଆର୍ଦ୍ରତା ବଢ଼ିଥାଏ କାରଣ ଉଷ୍ମ ବାୟୁ ଅଧିକ ସମୟ ପାଇଁ ଅଧିକ ଆର୍ଦ୍ରତା ଧାରଣ କରିଥାଏ। ତେଣୁ ବର୍ତ୍ତମାନ ଆମେ ଦେଖୁଥିବା ବହୁ ପରିମାଣର ବୃଷ୍ଟିପାତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହୋଇପାରେ।”

ଆସାମ ପରି ଉତ୍ତର-ପୂର୍ବ ରାଜ୍ୟଗୁଡିକ ସବୁଠାରୁ ଅସୁରକ୍ଷିତ

ଜୁଲାଇ 4 ସୁଦ୍ଧା ସର୍ବଶେଷ ତଥ୍ୟ ଅନୁଯାୟୀ ଆସାମରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ 179 ଜଣ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ 18.35 ଲକ୍ଷ ଲୋକ ଏପର୍ଯ୍ୟନ୍ତ ପ୍ରଭାବିତ ହୋଇଛନ୍ତି। ରାଜ୍ୟର 20 ଟି ଜିଲ୍ଲାର 413 ଟି ରିଲିଫ କ୍ୟାମ୍ପରେ 2,78,060 ଲୋକ ଆଶ୍ରୟ ନେଇଛନ୍ତି।

ଅନେକ ରିପୋର୍ଟ ପୂର୍ବରୁ ଏହା ସ୍ପଷ୍ଟ କରିଛନ୍ତି ଯେ, ଭାରତ ଅତ୍ୟଧିକ ପାଣିପାଗ ଘଟଣାରେ ପ୍ରବୃତ୍ତ, ଯେପରିକି ଅସାଧାରଣ ବର୍ଷା, ଏଥି ପାଇଁ ଅତ୍ୟଧିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। The UN-backed Intergovernmental Panel on Climate Change  (ଆଇପିସିସି) ଏହାକୁ ହାଇଲାଇଟ୍ କରିଛି।A Climate Vulnerability Index of the Council on Energy, Environment, and Water (CEEW) ଦ୍ୱାରା ଏକ ଜଳବାୟୁ ଦୁର୍ବଳତା ସୂଚକାଙ୍କ ବନ୍ୟା ପରି ଚରମ ଜଳବାୟୁ ଘଟଣାରେ ଅସୁରକ୍ଷିତ ରାଜ୍ୟମାନଙ୍କ ମଧ୍ୟରେ ଆସାମକୁ ଅନ୍ତର୍ଭୁକ୍ତ କରିଛି। ଏହି ରିପୋର୍ଟରେ ଅନୁସାରେ ଉତ୍ତର-ପୂର୍ବ ଭାରତରେ ବନ୍ୟା ପରିସ୍ଥିତି ସମସ୍ତଙ୍କଠାରୁ ଅଧିକ ରହିଛି।

Anuraag Baruah
Anuraag Baruah
Articles: 5